ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଲୋୟର୍ ପିଏମ୍‌ଜିରେ ବିଜେଡିର ବିଶାଳ ସମାବେଶ ଦେଖିବାକୁ ମିଳିଛି । ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ବିଜେଡି ବିକ୍ଷୋଭ କରିଛି । ଏହି ପ୍ରତିବାଦରେ ବିଧାୟକ, ବରିଷ୍ଠ ନେତା, ଯୁବ ଛାତ୍ର ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଖାଇବା ସାମଗ୍ରୀଠୁ ଆରମ୍ଭ କରି ପନିପରିବା ଦର ଆକାଶଛୁଆଁ ହୋଇଛି। ଡବଲ ଇଞ୍ଜିନ ସରକାର ଅର୍ଥନୀତି ପରିଚାଳନାରେ ଫେଲ ମାରିଥିବା ଅଭିଯୋଗ କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି।

Leave a Reply

Your email address will not be published. Required fields are marked *