ସାଧାରଣ ନିର୍ବାଚନରେ ଗଡ଼ବଡ଼ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ବିଜେଡି ସଂସଦୀୟ ଟିମର ପ୍ରେସମିଟ୍ । ନିର୍ବାଚନ ଗଡ଼଼ବଡ଼ ନେଇ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ପ୍ରେସମିଟ୍ ରଖିଲା ବିଜେଡ଼ି । ପ୍ରେସମିଟ୍ ମାଧ୍ୟମରେ ବିଜେଡ଼ି ସୂଚନା ଦେଇ କହିଛି ନିର୍ବାଚନ କମିଶନଙ୍କ ନିକଟରେ ୫ ଦାବି ରଖାଯାଇଛି । ଫର୍ମ ୧୭-ସିର ତଥ୍ୟକୁ ସାର୍ବଜନିନ କରିବାକୁ ବିଜେଡିର ଦାବି ରହିଛି ।

ଏହା ପୂର୍ବରୁ ବିଜେଡିର ପୂର୍ବତନ ସାଂସଦ ଓ ସାଂସଦମାନେ ଦିଲ୍ଲୀଠାରେ ନିର୍ବାଚନ କମିଶନଙ୍କୁ ଭେଟି ମତଗ୍ରହଣ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର ମତଦାନ ସଂଖ୍ଯା ନେଇ ଦେଇଥିବା ତଥ୍ଯ ଓ ରିଟର୍ଣ୍ଣିଂ ଅଧିକାରୀ କାଉଟିଂ ସେଣ୍ଟରରେ ଦେଇଥିବା ତଥ୍ଯ ମଧ୍ଯରେ ତାଳମେଳ ରହୁନଥିବା ଅଭିଯୋଗ କରିଥିଲେ । ସର୍ବୋପରି ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଲାଗି ନିୟମ ରହିଥିଲେ ସୁଦ୍ଧା ଫର୍ମ-୧୭ (ସି) ଓ ଫର୍ମ ୨୦ର ତଥ୍ଯ ଦିଆଯାଇନଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *