ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଦିବ୍ୟା ଶଙ୍କର ମିଶ୍ର କହିଛନ୍ତି ଯେ ଓଡ଼ିଶାର ଗର୍ବ ବିଜୁ ପଟ୍ଟନାୟକଙ୍କ ନାଆରେ ହୋଇଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ଏହି ପଦକ୍ଷେପ ଓଡିଆଙ୍କୁ ବହୁତ୍ କଷ୍ଟ ଦେବ ସହ ଓଡ଼ିଆ ଅସ୍ମିତା ପ୍ରତି ଆପତ୍ତିଜନକ । ଏହି ବିମାନ ବନ୍ଦରରୁ ୫୦ ଲକ୍ଷ ଯାତ୍ରୀ ବିମାନ ସେବା ଦିଆଯାଉଛି। ଏହି ବିମାନବନ୍ଦର ମାଧ୍ୟମରେ ଦେଶ ବିଦେଶରୁ ଅନେକ ନିବେଶକରି ଆମ ରାଜ୍ୟକୁ ଆସିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯଦି ଏହି ବିମାନବନ୍ଦରକୁ ଘରୋଇକରଣ କରାଯାଏ ଓଡ଼ିଶା ବାସୀଙ୍କ ସହ ସମସ୍ତ ଦେଶ ବାସୀଙ୍କ ପାଇଁ ଆକାଶ ମାର୍ଗରେ ଯିବା ଆସିବା କଷ୍ଟ କର ହୋଇପଡିବ । ଓଡ଼ିଶା ବାସୀ ବହୁ ଅସୁବିଧାର ସମ୍ମଖୀନ ହେବେ । ଓଡ଼ିଶାର ଅସ୍ମିତକୁ ଆଘାତ କରିବା ଭଳି କେନ୍ଦ୍ର ସରକାର କରିଥିବା ଏହି ଭଳି ପଦକ୍ଷେପ ସଂପୂର୍ଣ୍ଣ ନିନ୍ଦନୀୟ ।

Leave a Reply

Your email address will not be published. Required fields are marked *