ଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲଙ୍କ ସହିତ ରହିଛି ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଓ ୨ ବିଧାୟକଙ୍କ ଲିଙ୍କ। ଏହି ଭଳି କିଛି ଅଭିଯୋଗ ଆଣିଛନ୍ତି ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ପୂର୍ବତନ ପାୱାରଫୁଲ ମନ୍ତ୍ରୀଙ୍କ ଛତ୍ରଛାୟାରେ ରହିଥିଲେ ହଂସିତା। ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଉଥିଲେ ତତ୍କାଳୀନ ବିଜେଡିର ପାୱାରଫୁଲ ମନ୍ତ୍ରୀ । କଳାହାଣ୍ଡିର ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କର ହଂସିତାଙ୍କ ସମ୍ପର୍କ ରହିଛି । ପ୍ରଦୀପ ପୁରୋହିତ ଆଉ ମଧ୍ୟ କହିଛନ୍ତି ଶିଳ୍ପ ବିଭାଗ ନୀତି ସବୁ ନିୟମ କାନୁନ ବାହାରେ ସରକାରୀ କାମ ଆକାରରେ ଅନେକ କାମ ହଂସିତାଙ୍କୁ ଦିଆଯାଇଛି । ଯେଉଁଥିରୁ ଶହ ଶହ କୋଟି ଲୁଟ୍ ହେଉଥିଲା। ଏହା ସହ ଏହି ଘଟଣାରେ ବିଜେଡିର ତତ୍କାଳୀନ ମନ୍ତ୍ରୀ ତଥା ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ଏହା ପରେ କିଏ ସେ ପୂର୍ବତନ ମନ୍ତ୍ରୀ ଯାହାକୁ ନେଇ ଏବେ ରଜନୈତିକ ଚର୍ଚ୍ଚା ଜୋର ଧରିଛି? ସୂଚନା ଯୋଗ୍ୟ; ହଂସିତା ଓ ଅନିଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କା କାରବାରର ଟିକସ ନେଇ କିନ୍ତୁ ତଥ୍ୟ ଦେଇ ପାରୁ ନାହାନ୍ତି। ତେଣୁ ଖୁବଶୀଘ୍ର ଟିକସ ମାମଲାରେ ଇଡି ତଦନ୍ତ କରିବ ବୋଲି ସୂଚନା ମିଳିଛି । Post navigation ସାତକୋଶିଆ ରେଞ୍ଜରେ କୁମ୍ଭୀର ଗଣନା ଶେଷ; ୧୯ଟି କୁମ୍ଭୀର ଠାବ ହାତୀ ପିଠିରେ ବୁଲିଲେ ମୁଖ୍ୟମନ୍ତ୍ରୀ; ବରଗଡ଼ ଧନୁଯାତ୍ରାରେ କଲେ ବଡ଼ ଘୋଷଣା