ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଶରଣ ପଶିଛନ୍ତି ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର। ବିଜେଡି ସତ୍ତା ହରାଉଥିବା ଦେଖି ସେ ଆଉ ବିଜେପିରେ ଯୋଗଦେବାକୁ ଯୋଜନା କରିନାହାଁନ୍ତି ତ। ସେ ହଠାତ ଦିଲ୍ଲୀ ଯାଇ ଧନଖଡ଼ଙ୍କୁ ଭେଟିବା ପଛରେ କାରଣ କଁ ହୋଇପାରେ। ଏ ନେଇ ବିଜେଡି ନେତା ଓ କର୍ମୀଙ୍କ ମହଲରେ ଅନେକ ଆଲୋଚନା ଚାଲିଛି।

ଦୀର୍ଘଦିନ ଧରି ଦଳର ପ୍ରବକ୍ତା ରହି ଦଳ ପାଇଁ କି କର୍ମୀମାନଙ୍କ ପାଇଁ କିଛି କରିନାହାଁନ୍ତି। ସବୁବେଳେ ଖାଲି ବଡ଼ ବଡ଼ କଥା ହେଲେ କାମ କିଛି ନାହିଁ। ଡକ୍ଟର ପାତ୍ରଙ୍କ ଏଭଳି ବ୍ୟବହାର ଯୋଗୁଁ କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି।

ବିଜେଡିର ବଳିପଡିବାକୁ ଯାଉଥିବା କେତେକ ନେତାଙ୍କ ମଧ୍ୟରେ ସସ୍ମିତ ପାତ୍ର ଅନ୍ୟତମ। ଏକଥା ଜାଣି ସେ ପୁରୁଣା ବନ୍ଧୁତ୍ୱ କଥା ଭାବି ଧନଖଡ଼ଙ୍କ ଶରଣ ପଶିଛନ୍ତି। ଏହା ଜଣାପଡ଼ିବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ସ୍ୱାର୍ଥବାଦୀ ହୋଇ ଦଳର ଖରାପ ସମୟରେ ନିଜ ସୁବିଧା ଦେଖୁଛନ୍ତି।

Leave a Reply

Your email address will not be published. Required fields are marked *