ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଗିରଫ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ହାଇକୋର୍ଟରୁ ମିଳିଲା ଶକ୍ତ ଝଟକା । ରାଜାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ । ଏହା ସହିତ ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ ବାଜ୍ୟାପ୍ତି ହେବ ବିଜେଡି ନେତା ରାଜା ଚକ୍ରର ଅଲିସାନ ଫାର୍ମହାଉସ୍ । ଫାର୍ମହାଉସ୍ ସିଲ୍‌ ପରେ ଆରମ୍ଭ ହୋଇଛି ବାଜ୍ୟାପ୍ତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ ଏହି ଫାର୍ମହାଉସର ୧୧ ଦଶମିକ ୧ ଏକର ଜମିରୁ ମାତ୍ର ସାଢ଼େ ୩ ଏକର ଜମିକୁ ବାଦ ଦେଲେ ବାକି ୭ ଦଶମିକ ୬ ଏକର ସରକାରୀ ଜମିରେ ବିଶାଳ ଫାର୍ମହାଉସ ତିଆରି ହୋଇଥିବା ଇଓଡବ୍ଲ୍ୟୁ ତଦନ୍ତରେ ଜାଣିବାକୁ ପାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜମି ମାପଚୁପ ଆରମ୍ଭ କରାଯାଇ ଫାର୍ମହାଉସକୁ ସିଲ୍ କରାଯାଇଛି ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ରଜାଚକ୍ରକୁ ଗିରଫ କରିଥିଲା ଇଓଡବ୍ଲ୍ୟୁ ।

Leave a Reply

Your email address will not be published. Required fields are marked *