ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲ ଗିରଫ ହୋଇଥିବା ସୂଚନା । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଇଓଡବ୍ଲ୍ୟୁ ଗିରଫ କରିଥିବା ଜଣାପଡ଼ିଛି । ସୁଶାନ୍ତ ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିବାରେ ସହଯୋଗ କରିଥିଲେ। ବେନାମୀ ସମ୍ପତ୍ତି ବିନିଯୋଗ କରିବା ସହିତ ଅର୍ଥ ହେରଫେରରେ ସୁଶାନ୍ତଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତିରେ ୫ ଜଣ ଗିରଫ ହୋଇସାରିଛନ୍ତି । ଏହା ସହ ଗିରଫ ହୋଇଥିବା ବିଜେଡି ନେତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଇଓଡବ୍ଲ୍ୟୁ । Post navigation ମଦ ବ୍ୟବସାୟୀଙ୍କ ଘରେ ଆଇଟି ଚଢ଼ାଉ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓଓଏ ସଭାପତି ହେବା ନିଶ୍ଚିତ