ଟାଟା ପାୱାରର ମନମାନୀକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ । ବିଦ୍ୟୁତ ଉପଭୋକ୍ତା ଉପରେ ଟାଟା ପାୱାର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଆଜି ଲୋୟର ପିଏମଜିରେ ଆନ୍ଦୋଳନ କରିଛି ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ । ବିଦ୍ୟୁତ ଶୁଳ୍କ ବୃଦ୍ଧି, ସ୍ମାର୍ଟ ମିଟର ବାତିଲ, ଓଡ଼ିଆରେ ବିଲ ଦେବା ଓ ସରକାର ପ୍ରତିଶୃତି ଦେଇଥିବା ୩ଶହ ୟୁନିଟ ମାଗଣା ବିଜୁଳିକୁ କାର୍ଯ୍ୟକାରୀ କରିବା ନେଇ ଦାବି କରିଛି ସଂଘ । ଏହି ଆନ୍ଦୋଳନରେ ସାମିଲ ହୋଇଛି ବିଜେଡି।

ଏହା ସହ ବିଜେଡି ସ୍ମାର୍ଟ୍ ମିଟର ବର୍ଜନ କରିବା ସହ କହିଛି ଦିନକୁ ଦିନ ଟାଟା ପାୱାର ପାଇଁ ଲୋକଙ୍କ ସମସ୍ୟା‌ର ସମ୍ମୁଖୀନ ହୋଇଛନ୍ତି। ଯେଉଁ ପରିମାଣର ପାଓ୍ବାର ଯୋଗାଇ ଦେବା କଥା ତାହା ଯୋଗାଇ ଦେଉ ନାହାନ୍ତି । ଓଲଟି ଜୋର ଜବରଦସ୍ତି ସ୍ମାର୍ଟ୍ ମିଟର ବସାଉଛନ୍ତି । ଯାହାଫଳରେ ସାଧାରଣ ମିଟର ଠାରୁ ସ୍ମାର୍ଟ୍ ମିଟରରେ ଅଧିକ ବିଲ୍ ଆସୁଛି । ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା, ବିଦ୍ୟୁତ ଦରବୃଦ୍ଧିକୁ ହ୍ରାସ କରିବା ଆଦି ଦାବିରେ ଲଢେଇ ହେବ । ୩୦୦ ୟୁନିଟ୍ ମାଗଣା ଦେବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ଭୋଟ ନେଇଥିଲେ । ଏପର୍ଯ୍ୟନ୍ତ ୩୦୦ ୟୁନିଟ୍ ମାଗଣା ଦେଲେ ନାହିଁ ।

Leave a Reply

Your email address will not be published. Required fields are marked *