ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ, ହ୍ୱିପ୍ ସତ୍ତ୍ୱେ ଦଳୀୟ ବିଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅଭିଯୋଗରେ ବିଜୁ ଜନତା ଦଳ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି । ତିନିଦିନିଆ ବୈଠକରେ ଯୋଗ ଦେବାକୁ ହ୍ବିପ ଜାରି ହୋଇଥିଲେ ମଧ୍ୟ ସେମାନେ ବୈଠକରେ ଯୋଗ ଦେଇନାହାନ୍ତି । ବୈଠକରେ ସେମାନଙ୍କର ଅନୁପସ୍ଥିତି ଦଳ ଭିତରେ ଆଭ୍ୟନ୍ତରୀଣ ଚିନ୍ତା ସୃଷ୍ଟି କରିଛି । ତେଣୁ ୧୫ ମାର୍ଚ୍ଚ ରାତି ୯ଟା ସୁଦ୍ଧା ନବୀନ ନିବାସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା ।

Leave a Reply

Your email address will not be published. Required fields are marked *