ମହାନଦୀ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ବୈଠକ ପରେ ବିଜେଡ଼ିରେ ଉପରେ ବର୍ଷିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମହାନଦୀ ବିବାଦ ପାଇଁ ବିଜେଡ଼ି ଦାୟୀ ବୋଲି କହିଛନ୍ତି ମନ୍ତ୍ରୀ ।

ବିଜେଡି ଉପରେ ବର୍ଷି ରାଜସ୍ବ ମନ୍ତ୍ରୀ କହିଛନ୍ତି ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା। ୨୪ ବର୍ଷ ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା। ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷରୁ ପାଞ୍ଚ ବର୍ଷ ବଢ଼ାଇବାକୁ ଆବେଦନ କରାଯାଇଛି । ବିଗତ ସରକାର ମାମଲାକୁ ଜିତିବା ପାଇଁ ଯାହା ତଥ୍ୟ ସଂଗ୍ରହ କରିବା ପରିବର୍ତ୍ତେ ମାମଲାରେ ହାରିବାକୁ ଯାହା ଆବଶ୍ୟକ ହେବ ଏବଂ ଛତିଶଗଡ଼ ଲାଭାନ୍ୱିତ ହେବ ତାହା କରିଛନ୍ତି । ବିଗତ ସରକାର ଲେଖା ମାଧ୍ୟମରେ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । ଓଡ଼ିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲ ସାମ୍ନାରେ ଉପସ୍ଥାପନ କଲା । ମାମଲାକୁ ଆଗକୁ ବଢ଼ାଇବା ପାଇଁ ଦାବି କରିନାହାଁନ୍ତି । ଲେଖା ମାଧ୍ୟମରେ ଷ୍ଟେଟମେଣ୍ଟ ଦେଲେ ଯାଇ ମାମଲା ଆଗକୁ ବଢ଼ିବ । ଯେଉଁ ନିଷ୍ଠାର ସହିତ ସମାଧାନ କରିବାର ଆବଶ୍ୟକ ଥିଲା ତାହା କରିନାହାଁନ୍ତି । ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ସେ ସମୟରେ ବିରୋଧ କଲେ ନାହିଁ । ଓଡ଼ିଶା ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ବିଜେଡି ଦେଇଛି । ଓଡ଼ିଶା ହାରିବା ଓ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରି ସାରିଛି । ୬୦ଟି ଶୁଣାଣିରେ ଯାହା ଲଢ଼େଇ ହେବା କଥା ତାହା ହେଲା ନାହିଁ । ଆମେ ଖୁଵ୍‌ ଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ।

ସୂଚନା ଯୋଗ୍ୟ; ଆଜି ଲୋକସେବା ଭବନରେ ମହାନଦୀ ବିବାଦ ପାଇଁ ବସିବାକୁ ଥିବା ସର୍ବଦଳୀୟ ବୈଠକକୁ ବାତିଲ କରାଯାଇଥିଲା । ଏହା ପରେ କେବଳ ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ମହାନଦୀ ବିବାଦ ଉପରେ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *