ନବହତ୍ୟା ମାମଲାକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତି । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ବୋଲି ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଲୋକ ନବ ଦାସଙ୍କୁ ହତ୍ୟା କରିଛନ୍ତି । ସିବିଆଇ ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡି ବାପ ବଢ଼ିଛି । ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ସେଥିପାଇଁ ତଦନ୍ତ ପାଇଁ ଲେଖିକି ସରକାରଙ୍କୁ ଦେବାକୁ ମନା କରିଛି ।

ସେ ଆଉ ମଧ୍ୟ କହିଛନ୍ତି ବିଜେପି ସରକାର ଚାହୁଁଛି ନବ ଦାସଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି  ଓ ବିଶାଳଙ୍କୁ ନୋଟିସ ଦେଇଛି ।

Leave a Reply

Your email address will not be published. Required fields are marked *