ଗତକାଲି ବାରବାଟୀରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ଏବେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଏପରି ଅବହେଳା ପାଇଁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଟାର୍ଗେଟ କରି କ୍ରୀଡାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଛି ଦଳ।

ବିଜେଡି ନେତା ଲେନିନ ମହାନ୍ତି ଆଜି କହିଛନ୍ତି ଏହି ପରି ଘଟଣା ଯୋଗୁ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି । ମ୍ୟାଚ ପୂର୍ବରୁ ମନ୍ତ୍ରୀ ଚାରିଥର ଷ୍ଟାଡିୟମ ଯାଇ ପ୍ରସ୍ତୁତି ତଦାରଖ କରିଥିଲେ। ହେଲେ ଠିକ ମ୍ୟାଚ ବେଳେ କିପରି ଲାଇଟ ପଳାଇଲା ତାହା ବଡ ନିନ୍ଦନୀୟ ଘଟଣା। ଡିଜି ସେଟ୍‌ ଆରମ୍ଭରୁ ଶେଷ ଯାଏଁ ଅନ୍‌ ରହିବା ଦରକାର, ବନ୍ଦ ହେଲା କେମିତି । ମନ୍ତ୍ରୀ କିପରି ପ୍ରସ୍ତୁତି ନିରୀକ୍ଷଣ କରୁଥିଲେ ।

ସେ ଆଉ ମଧ୍ୟ କହିଛନ୍ତି; ନୈତିକତା ଅଛି ଯଦି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଉପରେ ପଦକ୍ଷେପ ନେଇ ଇସ୍ତଫା ଦିଅନ୍ତୁ। ସେ OCA କୁ କଣ ଜବାବ ମାଗୁଛନ୍ତି। BCCI, OCA ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।ଏହି ଘଟଣାରେ କ୍ରୀଡା ମନ୍ତ୍ରୀ ବି ଦାୟୀ। ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରାଯାଇଥିବାରୁ ତୁରନ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି ।

Leave a Reply

Your email address will not be published. Required fields are marked *