ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଇଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦେଇଛି ବିଜେଡି । ଏହାର ପ୍ରଭାବରେ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିଜେଡି କର୍ମୀ ମାନେ ସକାଳୁ ବିଭିନ୍ନ ଛକରେ ରାସ୍ତା ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି ବିଜେଡି।

ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ପକ୍ଷରୁ ମୃତ ପରିବାରକୁ ତୁରନ୍ତ ୧ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି । ଏହା ସହ ଏହି ଆନ୍ଦୋଳନରେ କଂଗ୍ରେସ ନେତା ଏବଂ କର୍ମୀମାନେ ମଧ୍ୟ ସାମିଲ ହୋଇଛନ୍ତି।

ଅନ୍ୟପଟେ ଗାଁରେ ପହଞ୍ଚିଛି ନର୍ସିଂ ଛାତ୍ରୀଙ୍କ ମରଶରୀର । ୨୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ପୀଡ଼ିତା ଛାତ୍ରୀ ।

Leave a Reply

Your email address will not be published. Required fields are marked *