ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ଓଡ଼ିଶା ରାଜନୀତିର ମହାନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ଓ ଅସତ୍ୟ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ବିଜେଡି। ନିଶିକାନ୍ତିଙ୍କ କୁଶପୁତ୍ତଳିକା ଦାହ କରି ଜୋରଦାର ପ୍ରତିବାଦ କରି ବିଜେଡି କର୍ମୀମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ମନ୍ତବ୍ୟକୁ ନେଇ ଦୃଢ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ,”ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେ ଜାଣି ନାହାନ୍ତି ଯେ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ମୁଁ ସେ ସମୟରେ ୧୩ ବର୍ଷ ବୟସର ଥିଲି। ଦୁବେଙ୍କୁ ମନସ୍ତତ୍ୱବିତ୍ତଙ୍କୁ ଦେଖାଇବା କଥା। ଅନ୍ୟପଟେ ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ନିଶିକାନ୍ତ ଦୁବେ। ସେ କହିଛନ୍ତି ମୁଁ ମୋର କୌଣସି ଟ୍ବିଟ୍ରେ ବିଜୁ ବାବୁଙ୍କୁ ଟାର୍ଗେଟ୍ କରି ନ ଥିଲି। ଯଦି ମୋ ଟ୍ବିଟ୍ କାହାକୁ ଆଘାତ ଦେଇଥାଏ, ତାହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ବିଜେପି ପୂରା ସମ୍ମାନ କରେ। ସୂଚନା ଯୋଗ୍ୟ; ଝାଡ଼ଖଣ୍ଡରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ନିଶିକାନ୍ତ ଦୁବେ ଶୁକ୍ରବାର ୧୯୬୨ ଚୀନ୍ ଯୁଦ୍ଧ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଆମେରିକା ସରକାରଙ୍କ ଟଙ୍କା ଓ ସିଆଇଏ ସହାୟତାରେ ଚୀନ୍ ବିରୋଧରେ ଯୁଦ୍ଧ ଲଢ଼ୁଥିଲେ । ଆମେରିକା ଓ ସିଆଇଏ ସହିତ ନେହରୁଙ୍କ ଲିଙ୍କ୍ ଥିଲେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆମେରିକା ରାଷ୍ଟ୍ରଦୂତଙ୍କ ପାଖକୁ ନେହରୁ ଲେଖିଥିବା ଦୁଇଟି ଚିଠିର ଅବତାରଣା କରି ଦୁବେ କହିଛନ୍ତି ନେହରୁ ବିଜୁ ବାବୁଙ୍କୁ ସେତେବେଳେ ଆମେରିକା ପଠାଇଥିଲେ । ସେ ଆମେରିକା ସରକାର ଓ ସିଆଇଏ ସହିତ ପ୍ରତିରକ୍ଷା ସମ୍ପର୍କିତ କଥାବାର୍ତ୍ତା କରୁଥିଲେ । ଚୌଦ୍ୱାରର ଚାରବାଟିଆ ଏୟାରବେସ୍କୁ ଆମେରିକା ସରକାର ୧୯୬୩ରୁ ୧୯୭୯ ପର୍ଯ୍ୟନ୍ତ ବ୍ୟବହାର କରୁଥିଲା । ଯୁଦ୍ଧରେ ଭାରତର ପରାଜୟ ପାଇଁ ନେହରୁ ଓ ବିଜୁବାବୁ ଦାୟୀ ବୋଲି ଦୁବେ କହିଥିଲେ । Post navigation Nitin Naveen Resigns: ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ Dilip Ray Defends Biju Legacy: ବିଜୁ ବାବୁଙ୍କ ଜୀବନ ସାହସ, ତ୍ୟାଗ, ଦୂରଦୃଷ୍ଟି, ଦେଶପ୍ରେମରେ ପରିପୂର୍ଣ୍ଣ ଥିଲା: ଦିଲ୍ଲୀପ ରାୟ