ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରି ମନମୋହନ ସାମଲ କହିଛନ୍ତି ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି ଜନଗଣନା । ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ । ଯେଉଁମାନେ ବିରୋଧ କରୁଥିଲେ ସେମାନେ ନିଜର ଚେହେରାକୁ ଆଇନାରେ ଦେଖିବା ଉଚିତ । ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ । ଦୀର୍ଘ ସମୟ ଧରି ସରକାରରେ ଥିଲେ କରିପାରିଲେ ନାହିଁ । ଏହାକୁ ଲାଗୁ କରିବାକୁ ତାଙ୍କ ଭିତରେ ସାହସ ନ ଥିଲା। ଉଭୟ କଂଗ୍ରେସ ଓ ବିଜେଡି OBCଙ୍କୁ ଅବହେଳା କରିଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି ସବୁବେଳେ ମଣ୍ଡଳ କମିଶନ୍ ସପକ୍ଷରେ ବିଜେପି ରହିଛି। ୨୦୨୪ ସଂକଳ୍ପ ପତ୍ରରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପୂରଣ କରିବା ପ୍ରକ୍ରିୟା ଜାରି ରହିଛି । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଯେଉଁଥିପାଇଁ ଉଚ୍ଚ ଶିକ୍ଷା ପାଠ୍ୟକ୍ରମରେ ନାମ ଲେଖାରେ ପଛୁଆ ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ମେଡ଼ିକାଲ, ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାକୁ ମଧ୍ୟ ବିଚାର ବିମର୍ଶ ଚାଲିଛି।

Leave a Reply

Your email address will not be published. Required fields are marked *