ଟେଣ୍ଡର ଫିକ୍ସି ଲାଗି ୧୦ ଲକ୍ଷ ଲାଞ୍ଚ ମାମଲା ନେଇଛି ନୂଆ ମୋଡ । ପ୍ରମୁଖ ସଚିବ ବିଷ୍ଣୁ ପଦ ସେଠୀଙ୍କ ସମେତ ତାଙ୍କ ଡ୍ରାଇଭରକୁ ସିବିଆଇ କରିଛି ସମନ । ପୂର୍ବରୁ ଏହି ମାମଲାରେ ବିଷ୍ଣୁ ପଦ ସେଠୀଙ୍କୁ ସିବିଆଇ ସମନ କରିଥିବା ବେଳେ ଏବେ ତାଙ୍କ ଡ୍ରାଇଭରକୁ ସମନ କରିଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ହାଜିର ହେବାକୁ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ସମନ ଜାରି କରିଥିଲା । କିନ୍ତୁ ସିବିଆଇ ନିକଟରେ ସେ ହାଜିର୍ ହୋଇଛନ୍ତି କି ନାହି ସେ ବିଷୟରେ କୌଣସି ତଥ୍ଯ e ପର୍ଯ୍ୟନ୍ତ ମିଳିପାରିନାହିଁ । ବର୍ତ୍ତମାନ ତାଙ୍କ ସହ ଜଡିତଥିବା ସମସ୍ତ ଡ୍ରାଇଭରଙ୍କୁ ଜେରା କରିବାକୁ ଯାଉଛି ସିବିଆଇ । ସିବିଆଇ ଅଧିକାରୀ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ସେଠୀଙ୍କ ଡ୍ରାଇଭରକୁ ସିବିଆଇ ଜେରା କରିବା ପରେ ଏହା ଆଗକୁ ସାଂଘାତିକ ରୂପ ନେବ ବୋଲି ଜୋର ଧରିଛି ଚର୍ଚ୍ଚା। କୁହାଯାଉଛି ଯେ ଏହି ମାମଲାରେ ସିବିଆଇ ବିଷ୍ଣୁ ପଦ ସେଠୀ ଡ୍ରାଇଭରଙ୍କ ଠାରୁ କିଛି ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ପାଇଛି। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଲାଞ୍ଚ ନେବା ଘଟଣା ଆଗକୁ ବିସ୍ଫୋରଣ ରୂପ ନେବ । ଏହି ଲାଞ୍ଚ ନେବା ମାମଲାରେ ଆହୁରି ବହୁତ୍ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସୂଚନା ପାଇଛି ସିବିଆଇ ଟିମ୍ । କେବେ ଏମାନଙ୍କୁ ସିବିଆଇ ଜେରା କରୁଛି ତାହା ଦେଖୁବାର କଥା। ଲାଞ୍ଚ ନେଣଦେଣ ମାମଲାରେ ସିବିଆଇ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଙ୍ଗର ମ୍ୟାନେଜର ଚଞ୍ଚଲ ମୁର୍ଖାଜୀ, ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ ପେଣ୍ଡା ଏ ଷ୍ଟୁଡ଼ି ଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା। ଗିରଫ ପରେ ସିବିଆଇ ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ପରେ ବହୁ ତଥ୍ୟ ଓଗାଳିଥିଲା। ଟେଣ୍ଡର ଫିକ୍ସ ଲାଞ୍ଚ ମାମଲାରେ ୩ ଅଭିଯୁକ୍ତ ସିବିଆଇକୁ ଦେଇଥିଲେ ବହୁ ଗୁରୁତ୍ୱପୂର୍ଣ ତଥ୍ୟ । ଦ୍ବିତୀୟ ଥର ପାଇଁ ପୁଣି ୩ ଅଭିଯୁକ୍ତଙ୍କୁ ଗୁରୁବାରଠାରୁ ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ସିବିଆଇ ଟିମ୍ । ଏଥିପାଇଁ ଦିଲ୍ଲୀରୁ ଏକ ୩ ଜଣିଆ ଆୟକର ବିଭାଗର ଟିମ ଭୁବନେଶ୍ବର ପହଞ୍ଚି ତଦନ୍ତ କରୁଥିବା ଜଣାପଢିଛି । ଏସବୁ ମଧ୍ୟରେ ସିବିଆଇ ଅଧିକାରୀମାନେ ସୁପରକାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ କରିଥିବା ଡିଜିଟାଲ ଲକରରୁ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ସହ ବିପୁଳମାତ୍ରାରେ ସୁନା ଅଳଙ୍କାର ଜବଦ କରିଥିଲେ। ଏସବୁ ତଥ୍ୟ ସିବିଆଇ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି । ଅନ୍ୟ ପଟେ ବ୍ରିଜ ଆଣ୍ଡ ରୁଫ ପକ୍ଷରୁ ଓଡ଼ିଶାରେ ଏକ ବଢ଼ଧରଣର ନିର୍ମାଣ କାମକୁ ନେଇ ସିବିଆଇ ଠାରେ ଅଭିଯୋଗ ହୋଇଥିଲା । ଉକ୍ତ ନିର୍ମାଣ କାମ ଲାଗି ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅର୍ଥ ହେରଫେର ନେଇ କମ୍ପାନୀର ମୁଖ୍ୟ ସିବିଆଇ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ଏନେଇ ଅଭିଯୋଗ ଆସିବା ପରେ ଦିଲ୍ଲୀ ସିବିଆଇର ଏକ ସତନ୍ତ୍ର ଟିମ ଭୁବନେଶ୍ଵର ପହଞ୍ଚି ଗତ ୬ ତାରିଖ ରାତିରେ ଲାଞ୍ଚ କାରବାର ହେଉଥିବା ବେଳେ ଦୁଇ ମଧ୍ୟସ୍ଥିତଙ୍କ ସହ ବ୍ରିଜ ଆଣ୍ଡ୍ ରୂଫ କମ୍ପାନୀର ଜେନେରାଲ ମ୍ୟାନେଜରଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ରବିବାର ଦିନ ଗିରଫ କରାଯାଇଥିଲା। ସିବିଆଇ ଆଇଏଏସ ଶ୍ରୀ ସେଠୀଙ୍କ ଡ୍ରାଇଭରକୁ ସମନ କରିବା ପରେ ତାଙ୍କ ପାଇଁ ଏବେ ଅଡ଼ୁଆ ବଢ଼ିବାରେ ଲାଗିଛି । Post navigation କୁଟ୍ଟେ, ଆଶିଷ ଘଟଣାରେ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ ଅଗ୍ନି ପରୀକ୍ଷା ପୂର୍ବରୁ ମୋଦୀଙ୍କ ଶରଣରେ ନବୀନ