ଯାଜପୁରରେ ଗତକାଲି ବିଧାୟକଙ୍କୁ ଆକ୍ରମଣ ପରେ ଆଜି ବିରଜା ହାଟର ପୁନଃଅବସ୍ଥାନକୁ ନେଇ ସପକ୍ଷ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି ।ଗୋଟିଏ ଗୋଷ୍ଠୀ ହାଟକୁ ପୁରୁଣା ସ୍ଥାନରେ ରଖିବାକୁ ଦାବି କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ନୂଆ ସ୍ଥାନରେ ହାଟ କରିବାକୁ ସମର୍ଥନ କରୁଛି । ଫଳରେ ସକାଳୁ ସକାଳୁ ଉକ୍ତ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ପୁଲିସ ଏବଂ ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ଏହା ପରେ ସାମୟିକଭାବେ ହାଟକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଏହା ସହ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯଦି ଆବଶ୍ୟକ ପଡ଼େ ତେବେ ଧାରା ୧୬୩ ଲାଗୁ କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ସୂଚନା ଯୋଗ୍ୟ; ବିରଜା ପ୍ରକଳ୍ପ ନିମନ୍ତେ ୨ଶହ ବର୍ଷର ବିରଜା ହାଟକୁ ଗତ ବର୍ଷ ଜାନୁୟାରୀରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ହାଟକୁ ପୂର୍ବ ସ୍ଥାନକୁ ଫେରାଇବାକୁ କିଛି ଚାଷୀମାନେ ବହୁ ଥର ଦାବି କରିଥିଲେ। ଏନେଇ ସେମାନେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। କିନ୍ତୁ କୌଣସି ଲାଭ ହେଇଥିଲା । ଏହା ପରେ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସକାଳେ କିଛି ବେପାରୀ ଆସି ପୁରୁଣା ସ୍ଥାନରେ ନିଜ ପସରା ମେଲାଇଥିଲେ। ମାତ୍ର ହାଟ ବିପକ୍ଷବାଦୀ ଲୋକ ଏହାକୁ ବିରୋଧ କରିବାକୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ବୋଲି ଚାହୁଁଛନ୍ତି। Post navigation ଲାଞ୍ଚ ଏବଂ ଠକେଇ ଅଭିଯୋଗରେ ଗୌତମ ଆଦାନୀ ହେଲେ ଅଭିଯୁକ୍ତ; ଗିରଫ ୱାରେଣ୍ଟ ଜାରି ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା