ଚିଲିକାରେ ବେଧଡ଼କ ପକ୍ଷୀ ଶିକାର ଜାରି ରହିଛି। ଏବେ ପୁଣି ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ବିଧାରପୁର ସାହିର ଭାଗିରଥୀ ସ୍ବାଇଁ (୫୦) ନାମକ ଜଣେ ଶିକାରୀ ଭୁଷଣ୍ଡପୁର ନିକଟରେ ବିଦେଶୀ ପକ୍ଷୀ ଶିକାର କରୁଥିବା ବେଳେ ତାଙ୍କୁ ଟାଙ୍ଗୀ ବନ୍ୟପ୍ରାଣୀର କର୍ମଚାରୀମାନେ ମାଡ଼ିବସିଥିଲା। ବନ୍ୟପ୍ରାଣୀ ବିଭାଗ ଅଭିଯୁକ୍ତଙ୍କୁ ଆଣି ପଚରାଉଚରା କରୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *