ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ବ୍ୟାପିଛି। ଏବେ କେନ୍ଦ୍ରାପଡ଼ାରେ ବ୍ୟାପିଥିବା ନେଇ ଆଶଙ୍କା କରାଯାଉଛି। ରାସ୍ତାକଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ ହୋଇଛି। ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ମୃତ କୁକୁଡ଼ା ପଡ଼ିଛି। କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି। ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ଏଠି ସନ୍ଦେହ ବଢ଼ିଲା। ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି।

Leave a Reply

Your email address will not be published. Required fields are marked *