ପୁରୀ ଜିଲ୍ଲାର ୨ଟି ବ୍ଲକରେ ବଢୁଥିବା ବାର୍ଡ ଫ୍ଲୁ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସର୍ଭେଲାନ୍ସ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସିଡିଏମଓ ଏବଂ ଜନସ୍ୱାସ୍ଥ୍ୟ ଅଫିସରଙ୍କୁ ଚିଠି କରିବା ସହ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼କ୍ଟର ନୀଳକଣ୍ଠ ମିଶ୍ର ଚିଠି ଲେଖିଛନ୍ତି। ସପ୍ତାହକୁ ଥରେ ୩ରୁ ୧୦ କିମି ପରିଧିରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ କିମି ପ୍ରତିଦିନ ଘରକୁ ଘର ଯାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ବାର୍ଡ ଫ୍ଲୁ ବ୍ୟାପିବା ଯୋଗୁଁ କୁକୁଡ଼ା ମରା ଅଭିଯାନ ଜାରି ରହିଥିବା ବେଳେ ଏ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *