ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଆତ୍ମପ୍ରକାଶ କରିଛି ଓଡିଶା ନାଗରିକ ମଞ୍ଚ। ଭୁବନେଶ୍ବର ଓୟୁଏଟି ଅଡିଟୋରିୟମରେ ବିଶାଳ ସମାବେଶରେ ଏକତ୍ର ହୋଇଛନ୍ତି ବହୁ ବିଜୁ ଲିଗାସି ନେତା। ଏହି ଅବସରରେ ଯୋଗ ଦେଇ ଓଡ଼ିଶା ନାଗରିକ ମଞ୍ଚ ଏକ ଏକ୍ସପେରିମେଣ୍ଟ କହିଲେ ବିଜୟ ମହାପାତ୍ର । ସେ କହିଛନ୍ତି ଓଡ଼ିଶା ନାଗରିକ ମଞ୍ଚ ଓଡ଼ିଶାବାସୀଙ୍କ ପାଇଁ ସ୍ବର ଉଠାଇବ । ବିଜୁ ବାବୁଙ୍କୁ ଆମେ ଯେତିକି ସମ୍ମାନ ଦେବା କଥା ଦେଇ ପାରିଲେନି । ତାଙ୍କର ଆଦର୍ଶ, ଲକ୍ଷ୍ୟ ଆମେ ଧରିକି ରଖି ପାରିଲୁ ନାହିଁ । ବିଜୁଙ୍କ ବିୟୋଗରେ ସବୁ ଜାତୀୟ ସ୍ତରର ନେତା ସ୍ବର୍ଗଦ୍ବାର ଆସିଥିଲେ । ଏଭଳି ନେତାଙ୍କୁ ଆମେ ଯେତିକି ସମ୍ମାନ ଦେବା କଥା ଦେଇ ପାରିଲୁନି । ସେହିପରି ଓଡ଼ିଶା ନାଗରିକ ମଞ୍ଚ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବିଜୟ ମହାପାତ୍ର ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜୁ-ନବୀନ ପ୍ରେରଣାଦାୟକ ଫାଉଣ୍ଡେସନ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଘରକୁ ଏକ ଜାତୀୟ ସମ୍ପତ୍ତି ବୋଲି ଉଲ୍ଲେଖ କରି ସେ ଏହି ପ୍ରସଙ୍ଗରେ ଗଭୀର ଚିନ୍ତା ପ୍ରକାଶ କରି କହିଛନ୍ତି ଆମେ ଓଡ଼ିଆ ଏହାକୁ କିପରି ସହିବୁ ପ୍ରଶ୍ନ କଲେ ବିଜୟ। ବିଜୁଙ୍କ ଘର ଜାତୀୟ ସଂପତ୍ତି, ତାକୁ ଜଣେ ଅଣଓଡ଼ିଆ ଟ୍ରଷ୍ଟ କରି ନେଇଯିବେ। ସେ ଆଉ ମଧ୍ୟ କହିଛନ୍ତି ଏପରି ପ୍ରସଙ୍ଗରେ ନୀରବ ରହିବା ଚିନ୍ତାଜନକ ଏବଂ ଜନସଚେତନତା ଏବଂ ପ୍ରତିକ୍ରିୟାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ତାଙ୍କର ମନ୍ତବ୍ୟ ଐତିହ୍ୟ ମାଲିକାନା, ରାଜନୈତିକ ପ୍ରଭାବ ଏବଂ ବିଜୁ ପଟ୍ଟନାୟକଙ୍କ ସହ ଜଡିତ ଓଡ଼ିଶାର ଐତିହ୍ୟର ସୁରକ୍ଷା ଉପରେ ବଢ଼ୁଥିବା ବିତର୍କକୁ ରେଖାଙ୍କିତ କରୁଛି। ଏହି ସମୟରେ ରାଜ୍ୟସଭା ସାଂସଦ ଦିଲୀପ ରାୟ, ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ପ୍ରମୁଖ ଏକ ମଞ୍ଚରେ ଏକତ୍ରିତ ହୋଇଛନ୍ତି । ଏହି ସଭାରେ ବହୁ ବରିଷ୍ଠ ନେତାଙ୍କ ସମେତ ଆଇନଜୀବୀ, ବୁଦ୍ଧିଜୀବୀ ଓ ବିଭିନ୍ନ ଜିଲ୍ଲାରୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ। Post navigation Dilip Ray Gets Emotional: ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଭାବବିହ୍ବଳ ହୋଇପଡ଼ିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ CM Mohan Majhi Pays Tribute to Biju Patnaik: ସମୃଦ୍ଧ ଓଡ଼ିଶା ନେଇ ବିଜୁ ବାବୁ ଦେଖିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ