ଖଣି ପରିବହନ ମନ୍ତ୍ରୀ ବିଭୂତି ଜେନା ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ତିନିବର୍ଷ ଆଗରୁ କାହିଁକି କହିଲେ ? ଏହାର ରାଜନୈତିକ କାରଣ କ’ଣ ହୋଇଥାଇପାରେ ? ଏହାକୁ ନେଇ ଶାସକ ଭାରତୀୟ ଜନତାପାର୍ଟି ଭିତରେ ତୁମୁଳ ଆଲୋଡନ ସୃଷ୍ଟି ହୋଇଛି। ଏହାର ମୁଖ୍ୟତଃ ଦୁଇଟି କାରଣ ହୋଇପାରେ । ପ୍ରଥମ କାରଣଟି ହେଲା ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବାର ଆଶଙ୍କା। ଏହାର ମଧ୍ୟ ବହୁବିଧ କାରଣ ଅଛି। ସୁନିୟୋଜିତ ଭାବେ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଗ୍ରୀନ ଷ୍ଟିକରକୁ ନେଇ ଯେଭଳି ମନ୍ତ୍ରୀ ନିଷ୍ପତ୍ତି ନେଲେ ତାହା ଏକ ଜନଆକ୍ରୋଶ ସୃଷ୍ଟି କରିଛି। ଏବାବଦରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ପରାମର୍ଶ କରିନାହାଁନ୍ତି । ମାତ୍ର ଏହାଦ୍ବାରା ସରକାରଙ୍କୁ ଖୁବ୍ ବଦନାମ କରିଦେଲେ ଲୋକଙ୍କ ପାଖରେ । ହାଇକୋର୍ଟରେ ସରକାର ହିନସ୍ତା ହେଲେ । କହିବାକୁ ଗଲେ ମନ୍ତ୍ରୀ ବିଭୂତି ସରକାରଙ୍କର ନାକ କଟିଲା । କେବଳ ମନ୍ତ୍ରୀ ଉଷ ପାଢୀଙ୍କ ଯୋଗୁ। ସଚିବ ଉଷା ପାଢୀଙ୍କୁ ମୁଖ୍ୟମନ୍ତ୍ରୀ ପରିବହନ ସଚିବ ପଦରୁ ହଟାଇ ଦେଇଛନ୍ତି। ତେଣୁ ମନ୍ତ୍ରୀଙ୍କର ଆଶଙ୍କା ଯେ, ଆଗାମୀ ଦିନରେ ଯେତେବେଳେ ମନ୍ତ୍ରିମଣ୍ଡଳର ବିସ୍ତାର ହେବ ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ମଧ୍ୟ ହଟାଇ ଦେବେ । ତା’ ଆଗରୁ ଏକ ସମବେଦନା ହାସଲ କରିବା ନିମନ୍ତେ ମନ୍ତ୍ରୀ ଆଉ ଲଢ଼ିବି ନାହିଁ ବୋଲି କହିଛନ୍ତି । ୨୦୨୯ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ତାଙ୍କୁ ବରଦାସ୍ତ କରିବା ପାଇଁ ଏକ ରାଜନୈତିକ ଚାପ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲଢିବାକୁ ଚେଷ୍ଟା କରିଛନ୍ତି। ଦ୍ବିତୀୟ କାରଣଟି ହେଲା ପରାଜୟର ଭୟ ବିଭୂତିଙ୍କୁ ଆପାଦମସ୍ତକ ଘାରିଛି । ଲଗାତାର ହାରି ଯାଉଥିବା ବିଭୂତି ୨୦୨୪ ନିର୍ବାଚନରେ ଗୋପାଳପୁର ଆସନରୁ ଜିଣିଛନ୍ତି । ତାଙ୍କ ସୌଭାଗ୍ୟକୁ ବିଜୁ ଜନତା ଦଳର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗଦେଇ ଲୋକସଭା ପ୍ରାର୍ଥି ହେଲେ। ନବୀନ ସରକାରଙ୍କ ଲେଖା ଛିଡେଇ ଦେଲେ । କିନ୍ତୁ ଗତ ୧୮ ମାସ ଭିତରେ ନିଜର ଦୁଇଟି ବିଭାଗକୁ ନେଇ ଏତେ ବଦନାମ ଓ ଦନାମ ଓ ବିବାଦୀୟ ହୋଇସାରିଛନ୍ତି ବିଭୂତି ଆସନ୍ତା ଥରକୁ ଜିଣିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତ୍ୟନ୍ତ ଅନୁଗତ ଭାବେ ବିଭୂତି ସାଂସଦଙ୍କୁ କୋଣଠେସା କରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ ଚଳାଇଆସିଛନ୍ତି । କିନ୍ତୁ ତେଣେ ଧର୍ମେନ୍ଦ୍ର କେନ୍ଦ୍ରରେ ଅତ୍ୟନ୍ତ ବିବାଦୀୟ ହୋଇସାରିଛନ୍ତି । ଏହି କାରଣରୁ ବିଭୂତିଙ୍କ ଠାଣି ଓ ଟାଣ ସବୁ ହୁଗୁଳି ଯାଇଛି। ହାରିବା ଭୟରେ ଲଢିବି ନାହିଁ କହି ସମର୍ଥକଙ୍କ ସମର୍ଥନ ହାସଲ ପାଇଁ ଉଦ୍ୟମ କରି ମନ୍ତ୍ରୀ ବିଫଳ ହୋଇଛନ୍ତି। ତାଙ୍କ ଉପରେ ଦଳୀୟ କର୍ମୀମାନେ ଏତେ ଅସନ୍ତୁଷ୍ଟ ଯେ, ସେ ଜାଣି ସାରି ଲେଣି ଆରଥରକୁ ତାଙ୍କ ଅବସ୍ଥା କ’ଣ ହେବାକୁ ଯାଉଛି ? ଏଥିପାଇଁ ଆଦର୍ଶ ନେତାର ନାଟକ କରିବାକୁ ବିଭୂତି ଅପଚେଷ୍ଟା କରୁଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲ ମନେକରନ୍ତି। Post navigation Assault Of Tibetan Girl In Gajapati: ଗଜପତିରେ ତିବ୍ବତୀୟ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ନାବାଳକ ଅଟକ Opposition To Move No-Confidence Against Om Birla: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା