ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା ସହ ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଥିବା କହି ଭୟଭୀତ କରି ଠକି ନେଲେ ୩୦ ଲକ୍ଷ ଟଙ୍କା। ଶେଷରେ ସେ ଠକେଇର ଶିକାର ହେବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ଭୁବନେଶ୍ୱରର ସାଇବର ପୋଲିସ ଷ୍ଟେସନରେ ପୀଡିତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ, ପୋଲିସ ତଦନ୍ତ ଆରମ୍ଭ କରିଛି, ଟଙ୍କା ଟ୍ରେଲ୍ ଖୋଜି ବାହାର କରିଛି ଏବଂ ଉତ୍ତର ପ୍ରଦେଶର ବାସିନ୍ଦା ଜି. ଚିରଞ୍ଜିବୀ ନାମକ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଏବଂ ତାଙ୍କ ଜିନିଷପତ୍ର ସମେତ ଦୁଇଟି ମୋବାଇଲ ଫୋନ୍, ଏକ ଏଟିଏମ୍ କାର୍ଡ, ଏକ ଚେକ୍ ବୁକ୍, ଏକ ପାନ କାର୍ଡ ଏବଂ ଏକ ଆଧାର କାର୍ଡ ଜବତ କରିଛି।

ସୂଚନା ଯୋଗ୍ୟ, ମହିଳାଙ୍କୁ ମହାରାଷ୍ଟ୍ର ମୁମ୍ବାଇରୁ ଏକ କଲ୍ ଆସିଥିଲା । ବ୍ୟକ୍ତି ଜଣକ ମୁମ୍ବାଇର କୋଲାବ ଥାନା ଅଧିକାରୀ ବୋଲି ପରିଚୟ ଦେଇ କହିଥିଲେ ଯେ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତାଙ୍କର ସମସ୍ତ ଟଙ୍କା ପଳେଇବ ବୋଲି କହିଥିଲେ । ଏହି ସମୟରେ ମହିଳା ଜଣକ ଭୟଭୀତ ହୋଇ ନିଜର ସମସ୍ତ ଟଙ୍କା ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ଏହା ପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଠକକୁ ଗିରଫ କରିଛି । ସାଇବର ଥାନା ପୋଲିସ ତିରୁପତି ଅଞ୍ଚଳରୁ ଜି. ଚିରଞ୍ଜିବୀକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *