ବର୍ଷା ବେଳେ ରାଜଧାନୀର ଟ୍ରାଫିକ ପୋଷ୍ଟରେ ମୁତୟନ ଥୂବା ପୋଲିସ କର୍ମଚାରୀ ବ୍ୟବହାର କରିବେ ଗେରୁଆ ରଙ୍ଗର ରେନ୍‌କୋଟ୍ । ସେଥିପାଇଁ ସେମାନଙ୍କୁ ଗେରୁଆ ରଙ୍ଗର ରେନ୍‌କୋଟ୍ ପ୍ରଦାନ କରାଯାଇଛି ।

ସୂଚନା ମୁତାବକ; ବର୍ଷା ବେଳେ ରାଜଧାନୀର ଟ୍ରାଫିକ ପୋଷ୍ଟରେ ମୁତୟନ ଥୂବା ପୋଲିସ କର୍ମଚାରୀ ପାଇଁ ସମସ୍ତ ଟ୍ରାଫିକ ଥାନାରେ ନୂଆ ରେନ୍‌କୋଟ୍ ପ୍ରଦାନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଟ୍ରାଫିକ ପୋଲିସଙ୍କୁ ଦିଆଯାଇଥିବା ରେନ୍‌କୋଟରେ ରେଡିୟମ ଷ୍ଟିକର ଲାଗିଛି। ରାତିରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଜଣାପଡ଼ିବା ପାଇଁ ରେନ କୋଟରେ ରେଡିୟମ ଷ୍ଟିକର ଲାଗିଛି। ରାତିରେ ଏହା ଉପରେ ଆଲୋକ ପଡ଼ିଲେ ଉଜ୍ଜଳ ଦେଖାଯିବ। ଫଳରେ ଗାଡ଼ି ଚାଳକ ସହଜରେ ପୋଲିସ ର ଉପସ୍ଥିତି ଜାଣିପାରିବେ।

Leave a Reply

Your email address will not be published. Required fields are marked *