ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜ୍ୟରେ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରିକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ । ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ସାଙ୍ଗକୁ ଦେଢ ଲକ୍ଷ ଲିଟର ଦେଶୀ ମଦ ସହ ୧ ଲକ୍ଷ ୭୮ ହଜାର ଲିଟର ବିୟର୍ ପିଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ବିଭାଗ । ଅବକାରୀ ବିଭାଗର ସୂଚନା ଅନୁଯାୟୀ, ନୂଆବର୍ଷ ଉତ୍ସବର ମାହୋଲ ଯୋଗୁଁ ସହରର ବିଭିନ୍ନ କ୍ଲବ୍, ପବ୍, ଏବଂ ଅଫ୍-ସପ୍ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଦର ଚାହିଦା ଆକାଶଛୁଆଁ ହୋଇଥିଲା। ବର୍ଷର ଶେଷ ସାତ ଦିନ ଅର୍ଥାତ୍ ବଡ଼ଦିନ (ଡିସେମ୍ବର ୨୫) ଠାରୁ ‘ଜିରୋ ନାଇଟ୍’ (ଡିସେମ୍ବର ୩୧) ମଧ୍ୟରେ ରାଜଧାନୀରେ ୩୨ କୋଟି ଟଙ୍କାର ବିକ୍ରି ହୋଇଛି। ଏହି ସମୟରେ ପ୍ରାୟ ୨.୫ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ବିଦେଶୀ ମଦ ସହ ତାଳ ଦେଇ ପ୍ରାୟ ୧.୫ ଲକ୍ଷ ଲିଟର ଦେଶୀ ମଦ ମଧ୍ୟ ବିକ୍ରି ହୋଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ଯୁବପିଢ଼ିଙ୍କ ମଧ୍ୟରେ ବିୟର୍ର ଚାହିଦା ବେଶ୍ ଅଧିକ ରହିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୮ ହଜାର ଲିଟର ବିୟର୍ ବିକ୍ରି ହୋଇଛି। Post navigation Switzerland Bar Blast: ନୂଆ ବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ; ୪୦ ମୃତ, ୧୦୦ରୁ ଅଧିକ ଗୁରୁତର Nandankanan Registers Highest Visitor Footfall In 2025: ୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ