ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଛୁକ ରହିଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତାରେ ଆଗକୁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ ସମୟ କହିପାରିବିନି ମାତ୍ର ଭୁବନେଶ୍ୱର ମେଟ୍ରୋପଲିଟାନ ସିଟି । ଏଠାରେ ମେଟ୍ରୋର ଆବଶ୍ୟକତା ରହିଛି । ଖୁବଶୀଘ୍ର କେନ୍ଦ୍ର ସରାକରଙ୍କୁ ରିପୋର୍ଟ ଦିଆଯିବ ।

ସେ ଆଉ ମଧ୍ୟ କହିଛନ୍ତି ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଟେଷ୍ଟିଙ୍ଗ ସମୟରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା । କାମ ଚାଲିଥିଲେ ସ୍ଥିତି ଜଟିଳ ହେଇଥାନ୍ତା । ଯାତାୟାତକୁ ଅଧିକ ସୁବିଧା କରିବା ପାଇଁ ରିଙ୍ଗ୍‌ ରୋଡ୍‌କୁ ଅନୁମୋଦନ ମିଳିଛି। ଏହି ୬ ଲେନ୍‌ କେବଳ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ନୁହେଁ ରାଜ୍ୟ ପାଇଁ ସୁବିଧା।

Leave a Reply

Your email address will not be published. Required fields are marked *