ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କିସ୍)ରେ ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ଏକ ନୂଆ ବଡ଼ ମୋଡ଼ ନେଇଛି । ଏହି ଛାତ୍ର ମୃତ୍ୟୁ ଆକସ୍ମିକ ନୁହେଁ ହତ୍ୟା ଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ । ୩ ଛାତ୍ରଙ୍କୁ ଅଟକ ରଖି ଇନ୍ଫୋସିଟି ଥାନା ପୋଲିସର ତଦନ୍ତ କରୁଛି। ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଗଣ୍ଡଗୋଳ ପରେ ବାଥରୁମରେ ମାଡ଼ମାରିବା ସହ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଇନଫୋସିଟି ଥାନା ପୋଲିସ ବିନା ଏତଲାରେ ତଦନ୍ତ କରି ତିନି ଛାତ୍ରଙ୍କୁ ନିଜ ହେପାଜତକୁ ନେଇଛି । ସମସ୍ତ ଛାତ୍ର ନାବାଳକ ହୋଇଥିବାରୁ ସୁଧାର ଗୃହରେ ରଖାଯାଇଛି । ସୂଚନା ଯୋଗ୍ୟ; କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଝୁରାର ଟିକରଗୁମୁରା ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା (୧୪) କିସ୍ ବିଦ୍ୟାଳୟରେ ପଢ଼ୁଥିଲେ । ଗତ ୧୨ ତାରିଖ ରାତିରେ ଶିବଙ୍କର ମୃତ୍ୟୁ ହୋଇଥିଲା । ଝାଡ଼ା ବାନ୍ତି ହେଉଥିଲା, ପାଇଖାନାକୁ ଯାଇଥିବାବେଳେ ପଡ଼ି ଯାଇଥିଲା । ତାକୁ ତୁରନ୍ତ କିମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପାଇଖାନାରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ କୁହାଯାଇଥିଲା । ବିନା ଶବ ବ୍ୟବଚ୍ଛେଦ ଏବଂ ବିନା ଏତଲାରେ ତରବରିଆଭାବେ ଛାତ୍ରର ମୃତ ଦେହଙ୍କୁ ବାପାଙ୍କୁ ଦେଇ କେନ୍ଦୁଝର ପଠାଇ ଦେଇଥିଲେ । ବେକରେ କିଛି ଦାଗ ଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କେନ୍ଦୁଝର ଟାଉନ ଥାନା ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । Post navigation Deogarh Shutdown: ଆଜି ୧୨ଘଣ୍ଟିଆ ଦେବଗଡ଼ ବନ୍ଦ Minor Girl Raped In Baripada: ବାରିପଦାରେ ଲଜ୍ଜା; ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ