ଆସନ୍ତାକାଲିଠୁ ୩ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ବନଖଣ୍ଡ ପକ୍ଷରୁ ୫୧ଟି ଜାଗାରେ କୁମ୍ଭୀର ଗଣନା କରାଯିବ । ଏହି ୩ ଦିନ ଧରି ପର୍ଯ୍ୟଟକ ମାନଙ୍କୁ ଭିତରକନିକା ପରିଭ୍ରମଣ ସଂପୂର୍ଣ୍ଣ ନିଷେଧ କରାଯିବ । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା । ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ। ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନ କୁମ୍ଭୀର ଗଣନା କରାଯିବ । ସେହିପରି ସାତକୋଶିଆରେ ବି କୁମ୍ଭୀର ଗଣନା ଆରମ୍ଭ ହୋଇଛି। ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଏହାର ଗଣନା ଚାଲିଛି। ୩ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟ। ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମରେ ୪ରୁ ୫ଜଣ ଲେଖାଏଁ ମୋଟ ୭୦ ବନ କର୍ମଚାରୀ ଓ ଗବେଷଣା କରୁଥିବା ବ୍ୟକ୍ତି ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍, ଶକ୍ତିଶାଳୀ କ୍ୟାମେରା, ବାଇନାକୁଲର ସାହାଯ୍ୟରେ ଗଣନା ଚାଲିଛି। ଗତବର୍ଷ ମହାନଦୀ ଗଣ୍ଡରେ ମୋଟ ୧୧୫ଟି କୁମ୍ଭୀର ରହିଥିଲେ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କୁମ୍ଭୀର ଗଣନା ପାଇଁ ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। Post navigation Odisha Cold Wave: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ T20 World Cup 2026: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC