ପ୍ରକୃତିକୁ ଭଲପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ଚଳିତବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା।

ମ୍ୟାନଗ୍ରୁଭ୍‌ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ-ୱାକ୍‌ ବ୍ରିଜରେ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ଦେଖାଯାଉଛି। ଜଙ୍ଗଲ ଭିତରେ ଦୁଇପଟେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି । ଅଗଷ୍ଟ ୧ରେ ଏହି ସ୍କାଏ ୱାକ ଉଦ୍‌‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *