ପଟ୍ଟାମୁଣ୍ଡାଇ ଭିତରକନିକାରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା । ଗତ ବର୍ଷ ଠାରୁ ୩୨ ଅଧିକ କୁମ୍ଭୀର । କୁମ୍ଭୀରଙ୍କ ମୋଟ ସଂଖ୍ୟା ଏବେ ୧୮୫୮ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

ସୂଚନା ଯୋଗ୍ୟ; ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା। ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି । ଏହି ଗଣନାରେ ପ୍ରାଣୀ ବିଶାରଦଙ୍କ ସହ, ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟଗାର୍ଡ ଓ ବନକର୍ମଚାରୀ ମାନେ ସାମିଲ ହୋଇଥିଲେ ।

ବାର୍ଷିକ ଗଣନାରେ ଜନସଂଖ୍ୟାରେ ନିରନ୍ତର ବୃଦ୍ଧି ପ୍ରକାଶ ପାଇଛି, ଯାହା ଉନ୍ନତ ସୁରକ୍ଷା ପଦକ୍ଷେପ ଏବଂ ସଚେତନତା ଅଭିଯାନକୁ ପ୍ରତିଫଳିତ କରିଥାଏ। ବନ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ଭିତରକନିକା ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁମ୍ଭୀର ସଂରକ୍ଷଣ ସ୍ଥଳ ମଧ୍ୟରୁ ଗୋଟିଏ ଅଟେ।ଭାରତର ଦ୍ୱିତୀୟ ବୃହତ୍ତମ ମାଙ୍ଗ୍ରୋଭ୍ ଇକୋସିଷ୍ଟମ ଭାବରେ ଜଣାଶୁଣା ଭିତରକନିକା ନଦୀକୂଳ କୁମ୍ଭୀରଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ଭାବରେ କାର୍ଯ୍ୟ କରିଆସୁଛି।

Leave a Reply

Your email address will not be published. Required fields are marked *