ଭରତପୁର ଥାନାରେ ମେଜର ଓ ପୋଲିସ ବିବାଦ ମାମଲାରେ ଆଜିଠୁ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ତଦନ୍ତ ଆରମ୍ଭ କରିବେ। ଏ ନେଇ ଭୁବନେଶ୍ବର ସର୍କିଟ ହାଉସରେ କାର୍ଯ୍ୟାଳୟ ସ୍ଥାପିତ ହୋଇଛି। ତେବେ ଏହି ମାମଲାର ବିଚାର ପାଇଁ ସର୍କିଟ ହାଉସରେ କମିଶନଙ୍କ ପ୍ରଥମ ବୈଠକ ବସିବ। ସତ୍ୟପାଠ ଆହ୍ବାନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ଏ ନେଇ ପୂର୍ଵରୁ ସରକାର କମିଶନଙ୍କୁ ‘ଟର୍ମ ଅଫ ରେଫରେନ୍ସ’ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି କ୍ରାଇମବ୍ରାଞ୍ଚ ଟିମ ନିଲମ୍ବିତ ୫ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ଗାନ୍ଧୀନଗର ନେଇଛି। ତଦନ୍ତ ଚାଲିଛି, ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *