ଭରତପୁର ଥାନା ବିବାଦରେ ଗତ ୨୧ ତାରିଖରେ ପ୍ରାୟ ୪୦୦ ପୋଲିସ କର୍ମଚାରୀ ଏକାଠି ହୋଇ ରିଜର୍ଭ ଗ୍ରାଉଣ୍ଡରେ ମେଳି କରିଥିଲେ। ତେବେ ମେଳିକୁ ନେଇ ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି। ମେଳିରେ କିଏ ଥିଲେ, ସେ ସମୟରେ ଥାନାରେ କେହି ଥିଲେ କି ନାହିଁ, ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ତନାଘନା ଚାଲିଛି। ଏନେଇ ପ୍ରତି ଥାନା ଆଇଆଇସିଙ୍କୁ ରିଜର୍ଭ ଇନ୍ସପେକ୍ଟର ଚିଠି କରିଛନ୍ତି। ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ଆର୍‌ଆଇ ମାଗିଛନ୍ତି। ୨୧ ତାରିଖ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ମଗାଯାଇଛି। ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ତୁରନ୍ତ ଦେବାକୁ ଆର୍‌ଆଇ କହିଛନ୍ତି।

Leave a Reply

Your email address will not be published. Required fields are marked *