ଭଦ୍ରକ ବ୍ଲକ ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ ଫରଆଦ ଆଲାମଙ୍କୁ ଆଜି ପୋଲିସ ଗିରଫକରିଛି । ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ଗତ ମାସ ୯ ତାରିଖ ଦିନ ସରପଞ୍ଚ ଜଣେ ଛୋଟ ପିଲାକୁ ମାଡ଼ ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ପାନ ଦୋକାନ କରିଥିବା ଜଣେ ବାଳକଙ୍କ ସହିତ ଆଉ ଜଣେ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା । ପରେ ଯୁବକ ଜଣକ ସ୍ଥାନୀୟ ସରପଞ୍ଚ ଫରଆଦ ଆଲାମଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ସରପଞ୍ଚ ଆସିବା ପରେ ବାଳକଟିକୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ । ମାଡ ଖାଇଥିବା ବାଳକଙ୍କ ପରିବାର ପକ୍ଷରୁ ଗୁଜିଦରଡ଼ା ଅଭିଯୋଗ ହୋଇଥିଲା । କିନ୍ତୁ ଦୀର୍ଘ ଦିନ ବିତି ଯାଇଥିବା ବେଳେ ପୋଲିସ ନୀରବ ରହିଥିଲା ଏବଂ ସରପଞ୍ଚ ଙ୍କୁ ଗିରଫ କରିନଥିଲା । ସରପଞ୍ଚଙ୍କ ଗିରଫ ଦାବି କରି ବିଭିନ୍ନ ହିନ୍ଦୁ ସଂଗଠନ, ଭଦ୍ରକ ଏସପି ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଅଫିସ ଘେରାଉ ପାଇଁ ଚେତାବନୀ ଦେଇଥିଲେ । ଶେଷରେ ଭଦ୍ରକ ପୋଲିସ ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *