ଜେଲ୍‌ରୁ ମୁକୁଳିଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ । ଜାତିଆଣ ଆକ୍ଷେପ ମାମଲାରେ ଭବପ୍ରସାଦ ଦାସ (ଲଲ)ଙ୍କୁ ମିଳିଛି ଜାମିନ୍ । ଭବପ୍ରସାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଯାଜପୁର ଜିଲ୍ଲା ଜଜ୍ । ପୂର୍ବରୁ ୪ଟି ମାମଲାରେ ଲଲଙ୍କୁ ମିଳିସାରିଛି ଜାମିନ୍ ।

ସୂଚନାଯୋଗ୍ୟ; ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ବିବାଦ ଚାଲିଥିବାବେଳେ ବ୍ୟବସାୟୀଙ୍କ ପରିବା ଫୋପାଡ଼ିବା ଓ ଆକ୍ରମଣକୁ ନେଇ ଭବ ପ୍ରସାଦ ଦାସଙ୍କ ନାମରେ ଅଭିଯୋଗ କରିଥିଲେ ବ୍ୟବସାୟୀ । ସେହି ପରି ପୁଲିସର ବିନା ଅନୁମତିରେ ରାସ୍ତା ରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଯାଜପୁର ଟାଉନ ଥାନାରେ ଭବ ଦାସ ନାମରେ ୪ ଟି ପୃଥକ ପୃଥକ ମାମଲା ହୋଇଥିଲା । ୪ ଟା ମାମଲା ମଧ୍ୟରୁ ୩ଟି ଅଭିଯୋଗ ବ୍ୟବସାୟୀ କରିଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି । ଗିରଫ ପରେ ପୁଣି ଏକ ମାମଲା ଜାତିଆଣ ଆକ୍ଷେପ ଅଭିଯୋଗରେ ରୁଜୁ ହୋଇଥିଲା। ଏହାକୁ ମିଶେଇ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ରୁଜୁ ହୋଇଥିଲା ।

Leave a Reply

Your email address will not be published. Required fields are marked *