ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂ । ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍‌ ଓ ଗେମିଂ ଆପ୍‌ରେ ବେଟିଂ କରି ପିଇଓ ଗିରଫ । ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପିଇଓ କ୍ଷେତ୍ର ମୋହନ ନାୟକ । କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ଟଙ୍କା ହଡ଼ପ କରିଥିବାର ହୋଇଥିଲା ଅଭିଯୋଗ ।

ସୂଚନା ଯୋଗ୍ୟ; ୨୦୨୪ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତରେ କ୍ଷେତ୍ରମୋହନ ନାୟକ ପିଇଓଭାବେ ଯୋଗ ଦେଇଥିଲେ । କାର୍ଯ୍ୟକାଳ ମଧ୍ୟରେ ସେ ସରପଞ୍ଚଙ୍କ ଦସ୍ତଖତକୁ ନକଲ କରି ସରକାରୀ ଟଙ୍କା ହଡ଼ପ କରିଥିଲେ । ସରକାରୀ କ୍ଷମତାର ଅପବ୍ୟବହାର କରି ଜାଲ ଦସ୍ତଖତ କରି ୪୩ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । କମଦିନରେ କୋଟିପତି ହେବା ପାଇଁ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତ ସରକାରୀ ଟଙ୍କାକୁ ଉଠାଇ ଗେମିଂ ଆପ୍‌ରେ ଲଗାଇଥିଲେ। ଏହି ଅଭିଯୋଗ ପରେ ପିଇଓ କ୍ଷେତ୍ର ମୋହନ ନାୟକକୁ ଭିଜିଲାନ୍ସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *