ପୀତବାସ ହତ୍ୟା ମାମଲାରେ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍‌ପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଏସପି। ଏହାପରେ ଏସପିଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ନଚଲେଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପର୍ଦ୍ଦାଫାସ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ କହିଥିଲେ ।

ସୂଚନା ଯୋଗ୍ୟ; ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ସମ୍ବନ୍ଧରେ ଏକ ପ୍ରେସ୍‌ମିଟରେ ଏସ୍‌ପିଙ୍କ ଦେଇଥିବା ବୟାନ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ପୀତବାସ ହତ୍ୟା ମାମଲାର ପର୍ଦ୍ଦାଫାସ ସମୟରେ ଏସ୍‌ପି ଡାକ୍ତର ବିବେକ ନିର୍ବାଚନୀ ମାମଲା ବିଷୟରେ ମନ୍ତବ୍ୟ କରିଥିଲେ। ସେ ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ୍‌ ଲିଙ୍କ ଥିବା କଥା କହିଥିଲେ। ଏହି ଦୁଇଜଣଙ୍କ ମଧ୍ୟରେ ଥିବା ସମ୍ପର୍କ ନିର୍ବାଚନୀ ମାମଲା ସହ ସଂପୃକ୍ତ ବୋଲି ସେ କହିଥିଲେ। ଏହି ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇ ବ୍ରହ୍ମପୁର ଏସ୍‌ପିଙ୍କୁ ଜବାବ ତଲବ କରିଥିଲେ ।

ତେବେ ମଙ୍ଗଳବାର ଏସପି ସରଭଣା ବିବେକ ଏମ୍‌ ବ୍ୟକ୍ତିଗତ ଭାବରେ ହାଜର ହୋଇ ନିଃସର୍ତ୍ତ କ୍ଷମା ମାଗିଛନ୍ତି।

Leave a Reply

Your email address will not be published. Required fields are marked *