ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବା ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତାରଖାନାରେ ଭର୍ତି କରାଯାଇଛି ।ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନା ପାଇବା ପରେ ପୋଲିସ, ରେଳ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାକରୁ ବଗି ହଟାଇ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି। କାଞ୍ଚନଜଙ୍ଗାର ତିନୋଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅନ୍ୟପଟେ ଟ୍ରେନ୍‌ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । NDRF, SDRF ଓ ରେଲୱେର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୁରନ୍ତ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି ।

ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ଏମରଜେନ୍ସି ହେଲ୍ପଲାଇନ ନମ୍ବର :
୦୩୩-୨୩୫୦୮୭୯୪
୦୩୩-୨୩୮୩୩୩୨୬

ଗୌହାଟୀ ରେଳ ଷ୍ଟେସନ ପାଇଁ ହେଲ୍ପ ଲାଇନ ନମ୍ୱର :
୦୩୬୧୨୭୩୧୬୨୧
୦୩୬୧୨୭୩୧୬୨୨
୦୩୬୧୨୭୩୧୬୨୩

ଏମରଜେନ୍ସି ନମ୍ୱର :
୦୩୬୭୪୨୬୩୯୫୮
୦୩୬୭୪୨୬୩୮୩୧
୦୩୬୭୪୨୬୩୧୨୦
୦୩୬୭୪୨୬୩୧୨୬
୦୩୬୭୪୨୬୩୮୫୮

Leave a Reply

Your email address will not be published. Required fields are marked *