କଟକ-ଚାନ୍ଦବାଲି ରାସ୍ତା ଖଇରାପୋଲଗଡା ଠାରେ ଏକ ବେଆଇନ ଗୋ- ମାଂସ ବୋଝେଇ କଣ୍ଟେନରକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀମାନେ ଅଟକାଇଥିଲେ। ଏହି ଗୋ-ମାଂସ କଣ୍ଟେନରକୁ ସୁରକ୍ଷା ଦେଉଥିବା ବା ସ‌ହଯୋଗୀମାନେ ଅର୍ତକୀତ ଭାବେ ଗୋ ସୁରକ୍ଷା ଓ ବଜରଙ୍ଗ କର୍ମୀମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଗୁଳି ଫାଇଲିଂ କରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି।

ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତ୍ରି ରେ ଗୋ ସୁରକ୍ଷା ବାହିନୀ ଓ ବଜରଙ୍ଗ ଦଳ କର୍ମୀମାନେ ପଦ୍ମପୁରରୁ ଏକ ଗୋ-ମାଂସ ବୋଝେଇ କଣ୍ଟେନର ବାହାରୁଥିବା ଖବର ପାଇଥିଲେ। ଗୋ ସୁରକ୍ଷା ଓ ବଜରଙ୍ଗ କର୍ମୀମାନେ ଉକ୍ତ କଣ୍ଟେନରକୁ ପିଛା କରି ଜଗତପୁର ସ୍ଥିତ ଖଇରାପୋଲ ନିକଟରେ ଅଟ ଅଟକାଇଥିଲେ। ଏଥିରେ ଉତକ୍ଷିପ୍ତ ହୋ ହୋଇ ବେଆଇନ ଗୋ- ମାଂସ ବୋଝେଇ କଣ୍ଟେନରକୁ ସୁରକ୍ଷା ଯୋଗାଉଥିବା ( ବା ୩୦ ରୁ ଊର୍ଦ୍ଧ୍ବ ଅସାମାଜିକ ବ୍ୟକ୍ତି ଅର୍ତକିତ ଭାବେ ଆକ୍ରମଣ କରିବା ସହ ସେମାନ ମାନଙ୍କୁ ୨ ରାଉଣ୍ଡ୍ ଗୁଳି ଫାଇରିଂ କରିଥିଲେ। ସୌଭାଗ୍ୟବଶତଃ ଏଥିରେ କୌଣସି କର୍ମୀଙ୍କ କ୍ଷତି ହୋଇନଥିଲା। ଖବରପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି କଣ୍ଟେନର ଡ୍ରାଇଭର ସମେତ ଅସାମାଜିକ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଉକ୍ତ କଣ୍ଟେନରକୁ ଜବତ କରି ଥାନାକୁ ଆଣିଥିଲେ। ।

ଗୋ ସୁରକ୍ଷା ଓ ବଜରଙ୍ଗ କର୍ମୀମାନଙ୍କ ସହ ଶତାଧିକ ହିନ୍ଦୁ ଧର୍ମାଲମ୍ବି ମାନେ ଜଗତପୁର ଥାନାରେ ପହଞ୍ଚି ସମ୍ପୃକ୍ତ ଅସାମାଜିକ ଯୁବକମାନଙ୍କୁ ଗିରଫ କରିବା ସହ ବେଆଇନ କଂସେଇଖାନାକୁ ବନ୍ଦ କରିବା ପାଇଁ ଦାବି କରି କିଛି ସମୟ ପାଇଁ ରାଜରାସ୍ତାକୁ ଅବରୋଧ କରିଥିଲେ।ଖବରପାଇ ଜୋନ୍ – ୧ଏସିପି ଅରୁଣ କୁମାର ସାଇଁ ଓ ଜଗତପୁର ଥାନା ଅଧିକାରୀ ଓମ‌ପକ୍ରାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହ ବେଆଇନ ଚାଲଣ ହେଉଥିବା (ଏପି -୩୯ ୟୁ ଏଚ୍ -୧୬୫୯ ) ନମ୍ବର ଥୁବା କଣ୍ଟେନରକୁ ଜବତ କରିବା ସହ ସାତବାଟିଆ ନିକଟସୁ ମହାନଦୀ ପଠାରେ ପ୍ରାୟ ୨୫ଟନ୍‌ ଓଜନର ଗୋ- ମାଂସକୁ ପୁଲିସ ଖାତ ଖୋଳି ପୋତାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *