BCCI appoints Shubman Gill as India's new Test captain
ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି ।
 
ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି ଏବଂ ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି ।
 
ଭାରତ-ଇଂଲଣ୍ଡ ଗସ୍ତର ମାତ୍ର କିଛି ଦିନ ପୂର୍ବରୁ ଦୁଇ ବରିଷ୍ଠ ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।
 
ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ଯାହା ୨୦ ଜୁନରୁ ଆରମ୍ଭ ହେବ । ଏହା ସହିତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ୨୦୨୫-୨୭ ଚକ୍ର ଆରମ୍ଭ ହେବ ।
BCCI appoints Shubman Gill as India's new Test captain

By Nirvay

Leave a Reply

Your email address will not be published. Required fields are marked *