ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି କରିପାରିବେନି ହିତାଧିକାରୀ ବୋଲି ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବସୁନ୍ଧରା ଯୋଜନା ଅଧିନରେ ଭୂମିହୀନଙ୍କୁ ଦିଆଯିବାକୁ ଥିବା ଜମିକୁ ଆଉ ବିକ୍ରି କରାଯାଇ ପାରିବ ନାହିଁ । ଓଡିଶା ସରକାରୀ ଜମି ସେଟଲେମେଣ୍ଟ ଆକ୍ଟ, ୧୯୬୨ ଏବଂ ନିୟମ ୧୯୮୩ର ବ୍ୟବସ୍ଥା ଅନୁଯାୟୀ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି । ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ପୂର୍ବରୁ ନିୟମ ଥିଲା । କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ । ଏ ନେଇ ସରକାରୀ ସ୍ତରରେ ସଂଶୋଧନ କରାଯାଇଛି । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ମଧ୍ୟ କହିଛନ୍ତି ଯେଉଁମାନଙ୍କୁ ୪ ଡେସିମିଲରୁ କମ୍ ଜମି ମିଳିଛି ସେମାନଙ୍କୁ ମଧ୍ୟ ସମାନ ପରିମାଣର ଜମି ଯୋଗାଇ ଦିଆଯିବ । ହିତାଧିକାରୀ ପ୍ରଥମେ ପାଇଥିବା ପୂର୍ବ ଜମି ଫେରାଇବେ, ଏହା ପରେ ଉକ୍ତ ସ୍ଥାନରେ ସରକାର ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ । ପ୍ଲଟ ବିକ୍ରି କରିବାକୁ ହେଲେ ବିଡିଏ ଠାରୁ ଅନୁମତି ଆଣି କରିହେବ । କିନ୍ତୁ କେତେ ପ୍ଲଟ୍ ବିକ୍ରି ହୋଇଛି ତା ରିପୋର୍ଟ ମାଗିଛୁ । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । Post navigation କୁମ୍ଭମେଳା ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ