ବରଗଡ଼ ଧନୁଯାତ୍ରା କୁ ନେଇ ବଡ ଘୋଷଣା । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି । ଏହାଛଡ଼ା ପ୍ରମୁଖ ୧୭୦ କଳାକାରଙ୍କୁ ୧୦,୦୦୦ ଲେଖାଏଁ ସମ୍ମାନ ରାଶି ମିଳିବ । ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ ଏବଂ ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ହେବ । ରାଜ୍ୟବ୍ୟାପି ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ । ଏହି ମୁକ୍ତାକାଶ ରଙ୍ଗମଞ୍ଚ ୧୩ ତାରିଖ ଯାଏଁ ଚାଲିବ । Post navigation ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଏକାଧିକ ଲୋକ ଆହତ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ