ବାରବାଟୀରେ ଭାରତର ବିରାଟ ବିଜୟ। କଟକ ବାରବାଟୀ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଭାରତ। ୭୪ରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ୍‌। ଏହି ସହଜ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ ।

ସୂଚନା ଯୋଗ୍ୟ; ଆଜି ପ୍ରଥମ ଟି୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ବିଜୟ ପାଇଁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

ଅଲରାଉଣ୍ଡର ହାର୍ଦ୍ଦିକପାଣ୍ଡ୍ୟା ଖୁବ କମ୍ବ ବଲ ଖେଳି ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ହାର୍ଦ୍ଦିକ ଅପରାଜିତ ୫୯ ରନ୍‌ ସଂଗ୍ରହ କରିଥିଲେ । ସେ ୨୮ଟି ବଲ୍‌ ରେ ୬ଟି ଚୌକା ଓ ୪ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି ।

ସେହିପରି ୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ବୋଲିଂରେ ଅର୍ଶଦୀପ ସିଂ ୧୪ ରନ ଦେଇ ୨ଟି ଓ ବୁମରା ୩ ଓଭରରେ ୧୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତୀ ୩ ଓଭରରେ ୧୯ ରନ ଦେଇ ୨ଟି ଓ୍ଵିକେଟ୍ ଓ ଅକ୍ଷର ପଟେଲ୍ ୨ ଓଭରରେ ମାତ୍ର ୭ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଶିବମ ଦୁବେଙ୍କୁ ଗୋଟିଏ ସଫଳତା ମିଳିଛି।

Leave a Reply

Your email address will not be published. Required fields are marked *