ବାଂଲାଦେଶରେ ହିଂସାର ସ୍ଥିତି ଅଣାୟତ୍ତ ହୋଇଥିବାରୁ ୧୫ ବର୍ଷ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ଥିବା ଶେଖ ହସିନା ଆଜି ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ପଦରୁ ଇସ୍ତଫା ଦେଇ ଭାରତ ପଳେଇ ଆସିଛନ୍ତି । ସେ ସଂଧ୍ୟା ୫ଟା ୩୬ରେ ନୂଆଦିଲ୍ଲୀ ଉପକଣ୍ଠ ଗାଜିଆବାଦରେ ଥିବା ଭାରତୀୟ ବାୟୁସେନାର ବିମାନଘାଟି ହିଣ୍ଡନରେ ଓହ୍ଲାଇଛନ୍ତି । ଶେଖ ହସିନାଙ୍କୁ ସ୍ୱାଗତ କରିଛନ୍ତି ବାୟୁସେନା ଅଧିକାରୀ ।

ସୂଚନା ମୁତାବକ; ଶେଖ ହସିନା ଏହା ପୂର୍ବରୁ ଭାରତରେ ୬ ବର୍ଷ ରହି ସାରିଛନ୍ତି। ବାଂଲାଦେଶ ସ୍ଵାଧୀନ ହେବା ପରେ ଶେଖ ସହିନାଙ୍କ ପିତା ଶେଖ ମୁଜିବରେହମାନ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ସେହି ସମୟରେ ପାକିସ୍ତାନ ସମେତ ସେନାର କିଛି ଗୋଷ୍ଠୀ ଏହା ପସନ୍ଦ କରି ନ ଥିଲେ। ୧୯୭୫ରେ ଉକ୍ତ ସେନା ଗୋଷ୍ଠୀ ବିଦ୍ରୋହ କରି ଶେଖ ମୁଜିବ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ହତ୍ୟା କରିଥିଲେ। ଶେଖ ହସିନା ସେହି ସମୟରେ ସ୍ବାମୀଙ୍କ ସହ ଜର୍ମାନୀରେ ଥିଲେ। ତେଣୁ ତାଙ୍କର ଓ ତାଙ୍କ ଭଉଣୀଙ୍କ ଜୀବନ ବଞ୍ଚି ଯାଇଥିଲା। ସେ ୧୯୭୫ ୧୯୮୧ ପର୍ଯ୍ୟନ୍ତ ସେ ରାଜଧାନୀ ଦିଲ୍ଲୀରେ ବିଦେଶୀ ଅତିଥ୍ ଭାବେ ରହିଥିଲେ। ବାଂଲାଦେଶର ସ୍ଥିତି ସ୍ବାଭାବିକ ହେବା ପରେ ସେ ନିଜ ଦେଶକୁ ଫେରି ଯାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ।

Leave a Reply

Your email address will not be published. Required fields are marked *