ଓଡ଼ିଶାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ । ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି । ବାଂଲାଦେଶୀ ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ତିଆରି କରୁଛନ୍ତି । ଆମ ଦାୟିତ୍ୱ ସେମାନଙ୍କୁ ଚିହ୍ନଟ କରି ତାଙ୍କ ଜାଗାକୁ ଫେରାଇଦେବା । କେମିତି ଭୋଟ ପରିଚୟ ପତ୍ର , ରାସନ କାର୍ଡ ପାଇଲେ ଅନୁସନ୍ଧାନ ହେଉଛି । ଏବେ ସର୍ଭେ ଚାଲିଛି , ପଦକ୍ଷେପ ନିଶ୍ଚୟ ନିଆଯିବ ।

ଅନ୍ୟପଟେ ବାଂଲାଦେଶୀ ଅନୁପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଲାଗି ମାର୍ଗଦର୍ଶିକା ଜାରିସହ ରୂପରେଖ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *