ବାଂଲାଦେଶରେ ନିର୍ବାଚନ ପାଇଁ ଦାବି ବଢ଼ୁଥିବା ବେଳେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୬ ଏପ୍ରିଲ୍ ପ୍ରଥମାର୍ଦ୍ଧର ଯେକୌଣସି ଦିନ ହୋଇପାରେ । ଶେଖ୍ ହସିନା ସରକାରର ପତନ ପରେ ଏହା ହେବ ବାଂଲାଦେଶର ପ୍ରଥମ ସାଧାରଣ ନିର୍ବାଚନ । କହିରଖୁଛୁ ଯେ, ଗତ ବର୍ଷ ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ହୋଇଥିଲା । Post navigation ମୋଦୀଙ୍କୁ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଭାରତରେ ଏଲନ୍ ମସ୍କଙ୍କ ‘ଷ୍ଟାରଲିଙ୍କ୍’ କୁ ମିଳିଲା ସାଟେଲାଇଟ୍ ଇଣ୍ଟରନେଟ୍ ଲାଇସେନ୍ସ