୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ମୁସ୍ତାଫିଜୁର ରେହମାନଙ୍କୁ IPL ରୁ ବହିଷ୍କାର କରାଯିବା ପରଠାରୁ ମୁହାଁମୁହିଁ ସ୍ଥିତିରେ ଭାରତ ଏବଂ ବାଂଲାଦେଶର କ୍ରିକେଟ ବୋର୍ଡ। ଭାରତକୁ ଟି-୨୦ ବିଶ୍ବକପ୍‌ ଖେଳିବାକୁ ଆସିବାକୁ ମନା କଲା ବାଂଲାଦେଶ । ଆଇସିସିକୁ ଚିଠି ଲେଖି ବାଂଲାଦେଶର ମ୍ୟାଚଗୁଡ଼ିକ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ଦାବି କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ଭାରତ ବାହାରେ ସମସ୍ତ ମ୍ୟାଚ ଖେଳିବାକୁ ପ୍ରସ୍ତାବ ଦେବ ଜଣାଇଲା । ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବା ନେଇ ଆଗ୍ରହ ଦେଖାଇଲା। BCCI ନିର୍ଦ୍ଦେଶରେ ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ପାଲଟା ପଦକ୍ଷେପ ।

ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ବାଂଲାଦେଶ  ଟିମ୍ ଭାରତ ଯାତ୍ରା ନକରିବାର ନିଷ୍ପତ୍ତିକୁ ନେଇଛି। ତଥାପି, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ ସୋସିଆଲ ମିଡିଆରେ ଲେଖିଛନ୍ତି, ବାଂଲାଦେଶ ଦଳ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବ ନାହିଁ । ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଜି ଏହି ନିଷ୍ପତ୍ତି ନେଇଛି। ବିସିସିଆଇର ଏକପାଖିଆ ନୀତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।

ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବାଦ ଦିଆଯିବା ପରେ ବିସିବି ଏହି ନିଷ୍ପତ୍ତି ନେଇଛି। ସମ୍ପ୍ରତି, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ମୁସ୍ତାଫିଜୁର ରେହମାନଙ୍କୁ ତାଙ୍କ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶ ପରେ, କେକେଆର୍ ଫ୍ରାଞ୍ଚାଇଜ୍ ରହମାନଙ୍କୁ  ଦଳରୁ ବାହାର କରିଦେଇଛି । ସମ୍ପ୍ରତି, ବାଂଲାଦେଶ କ୍ରିକେଟ୍ ବୋର୍ଡ ତାର ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ପ୍ରକାଶ କରିଛି, ଯେଉଁଥିରେ ୨୦୨୬ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ଏକ ସିରିଜ୍ ଅନ୍ତର୍ଭୁକ୍ତ। ଏହି ସିରିଜ୍ ମୂଳତଃ ୨୦୨୫ ପାଇଁ ସୂଚୀବଦ୍ଧ ହୋଇଥିଲା, କିନ୍ତୁ ସେତେବେଳେ ଏହାକୁ ସ୍ଥଗିତ ରଖାଯାଇଥିଲା। ସଂପ୍ରତି ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କରେ ତିକ୍ତତା କାରଣରୁ ଏହି ସିରିଜ୍ ପ୍ରତି ବିପଦ ଘନେଇଛି ।

Leave a Reply

Your email address will not be published. Required fields are marked *