ବାଲେଶ୍ବର ସ୍ଥିତ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଗଠନ କରାଗଲା କମିଟି । ଆତ୍ମାହୁତି ଘଟଣାରେ ତଦନ୍ତ କରିବ ୪ ଜଣିଆ କମିଟି । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଓ ଅସୀମା ମଙ୍ଗଳା ସାମିଲ ଅଛନ୍ତି ।

ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି। ସାତ ଦିନ ମଧ୍ୟରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଏହି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ; ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର HOD ସମୀର କୁମାର ସାହୁଙ୍କ ନିର୍ଯାତନା ଅଭିଯୋଗ କରିବା ପରେ ଗତ ଜୁଲାଇ ୧୨ ତାରିଖରେ ଛାତ୍ରୀ ଜଣକ ଆତ୍ମଦାହ ଚେଷ୍ଟା କରି ଗୁରୁତର ପୋଡ଼ି ଆହତ ହୋଇ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ଏହି ଛାତ୍ରୀ ଜଣକ ମୃତ୍ୟୁବରଣ ହୋଇଥିଲା।

Leave a Reply

Your email address will not be published. Required fields are marked *