ବାଲେଶ୍ୱର ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ । ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଏସ୍‌ପି ଇମାନ କଲ୍ୟାଣ ନାୟକଙ୍କୁ ତଦନ୍ତ ଭାର ଦିଆଯାଇଛି । ତଦନ୍ତ ଦାୟିତ୍ୱ ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳି ରାଉତ ।

ସୂଚନା ଯୋଗ୍ୟ; ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଚାରିଆଡେ ପ୍ରତିବାଦ ଦେଖିବାକୁ ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବିରୋଧୀ ଦାବି କରୁଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *