Baijayant Panda on BJP Government in Delhi
ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି ।
 
ଗତ ୨୭ ବର୍ଷ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା । ୧୨ ବର୍ଷ ହେଲା ଆପ୍ ସରକାରର ମିଛ ପ୍ରତିଶୃତିରେ ଦିଲ୍ଲୀବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ଦିଲ୍ଲୀରେ ମୋଦି ଗ୍ୟାରେଣ୍ଟି ଏବଂ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ବିଜେପି ବିପୁଳ ସଂଖ୍ୟାରେ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ।
Baijayant Panda on BJP Government in Delhi
 
ଦିଲ୍ଲୀ ନିର୍ବାଚନରେ ବିଜୟ ଲାଭ କରିବାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ପଣ୍ଡା ପ୍ରମୁଖ ଭୂମିକା ନିଭାଇଥିଲେ । ସେ ଦଳକୁ ଏକତ୍ରିତ କରିବା ସହ “ଆପ୍‌” ଦଳର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଥିଲେ । ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ନେବାପରେ ସଫଳ ଗୋଟିଚାଳନା କରି ନିର୍ବାଚନକୁ ପଣ୍ଡା ସୁପରିଚାଳନା କରିଥିଲେ । ଏହା ପୂର୍ବରୁ ଆସାମ ବିଧାନସଭା ଓ ପୌର ନିର୍ବାଚନରେ ମଧ୍ୟ ବିଜେପିକୁ ଜିତାଇବାରେ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
 
ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ପଣ୍ଡାଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ।
Baijayant Panda on BJP Government in Delhi

By Nirvay

Leave a Reply

Your email address will not be published. Required fields are marked *