ବିଜେପିର କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ହେଲେ ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ । ବୈଜୟନ୍ତ ପଣ୍ଡାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏହି କମିଟି ଗତ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ। ଏଥିରେ ଲୋକସଭାରୁ ୧୫, ରାଜ୍ୟସଭାରୁ ୭ ସଦସ୍ୟ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ୨୨ ଜଣ ସଦସ୍ୟ ହେଲେ :- କମିଟିରେ ଲୋକସଭାରୁ ୧୫ ଜଣ ମନୋନୀତ ହୋଇଥିବା ସଦସ୍ୟ ହେଲେ ବୈଜୟନ୍ତ ପଣ୍ଡା, ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, ଆର.କେ ଚୌଧୁରୀ, ଚନ୍ଦ୍ରପ୍ରକାଶ ଯୋଶୀ, କାନିମୋଝୀ କରୁଣାନିଧି, କୌଶଳେନ୍ଦ୍ର କୁମାର, ଶଙ୍କର ଲାଲୱାନୀ, ପୁନମବେନ ହେମଥଭାଇ, ବି. ୱାଇ ରାଘବେନ୍ଦ୍ର, ମୁକେଶ ରାଜପୁତ, ସୁଖଜିନ୍ଦର ସିଂହ ରାନ୍ଧୱା, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, କୁଡିକୁନିଲ୍ ସୁରେଶ, ପ୍ରଭାକର ରେଡ୍ଡି ଭମରେଡ୍ଡି । ସେହିଭଳି ରାଜ୍ୟସଭାରୁ ୭ ଜଣ ମନୋନୀତ ହୋଇଥିବା ସଦସ୍ୟ ହେଲେ ନୀରଜ ଡାଙ୍ଗି, ମିଲିନ୍ଦ ମୁରଲି ଦୋରା, ନାରୟଣ ଦାସଗୁପ୍ତା, ଭଗୱତ କରାଡ଼, ସୁରେନ୍ଦ୍ର ସିଂହ ନାଗର, ବିଜେଡି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଓ ଅରୁଣ ସିଂହ। Post navigation ଶଙ୍ଖ ଭବନରେ ବିଜେଡି କରିବ ଦିନିକିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣା: ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କରାଯାଇଥିଲା ଫୋନ